(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ଉଷ୍ମତା ବଢୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳଡିଆଁ ଅଭିଯାନ ସେତିକି ବଢି ବଢି ଚାଲିଛି । ଆଉ ଏହାରି ଭିତରେ କନ୍ଧମାଳର ପୂର୍ବତନ ସାଂସଦ ତଥା ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେବା ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେଲେ କିନ୍ତୁ ଏ ମିଶ୍ରଣ ପର୍ବ ପାର୍ଟି ଅଫିସରେ ହୋଇପାରିଲା ନାହିଁ । କେବି ସିଂହ ଦେଓଙ୍କ ଘରେ କରିବାକୁ ପଡିଲା । କାହିଁକି ନା ପାର୍ଟି ଅଫିସରେ ତାଲା ପଡିଛି । ଆଜି ପ୍ରତ୍ୟୁଷାଙ୍କୁ ଅନୁଭବ ହେଉଥିବ କି ବିଜୁ ପରିବାର ଛାଡି ବିଜେପିରେ ମିଶିଲେ ଏଭଳି ଅନେକ ପରିସ୍ଥିତି ଆସିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।
ବିଜେପିରେ ଏତେ ଛକାପଂଜା ରହିଛି କି ତାଙ୍କ ମିଶ୍ରଣ ପର୍ବ ପାର୍ଟି ଅଫିସରେ ହୋଇପାରିଲାନି ବରଂ ଅନ୍ୟ ଜାଗାରେ କରିବାକୁ ପଡିଲା । ଯଦି ଆଜିଠୁ ବିଜେପିରେ ଏଭଳି ସ୍ଥିତି ଦେଖାଦେଲାଣି ତେବେ ୨୦୧୯ ନିର୍ବାଚନ ଲଢିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛି ତ ବୋଲି କଡା ଭାଷାରେ ବିଜେପିକୁ କଟାକ୍ଷ କରିଛି ବିଜେଡି ।
ଯଦି ଗୋଟିଏ ମିଶ୍ରଣ ପର୍ବ ବିଜେପିର ପାର୍ଟି ଅଫିସରେ ହୋଇପାରୁନାହିଁ । ତେବେ ଓଡିଶାବାସୀଙ୍କର ମନରେ ନିଶ୍ଚୟ ଗୋଟିଏ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।