ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡିଶା ବିକାଶର ଟର୍ଣିଂ ପଏଣ୍ଟ

0

ଭୁବନେଶ୍ୱର: ଓଡ଼ିଶାର ବିକାଶ କ୍ଷେତ୍ରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଟର୍ଣିଂ ପଏଣ୍ଟ ହେବାକୁ ଯାଉଛି । 18 ତମ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶାକୁ ସୌଭାଗ୍ୟ ମିଳିଲା, ବିଶ୍ଵର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଓ ଓଡ଼ିଆ ମାନେ ଆସିଲେ । ଓଡ଼ିଶାର ଅର୍ଥନୀତିରେ ସେମାନଙ୍କର କଣ ଭୂମିକା ହୋଇପାରିବ, ସେ ବାବଦରେ ସେମାନେ ବି ଜାଣିଲେ, ଓଡ଼ିଶା ସରକାର ମଧ୍ୟ ସୁଯୋଗ ପାଇଲେ । ପୁଞ୍ଜିନିବେଶ ଓ ସୁବିଧା ନେଇ ସେମାନଙ୍କୁ ସରକାର ଲମ୍ବା ସୂଚୀ ଦେଇଛନ୍ତି । ଓଡ଼ିଶାରେ ଖଣିଜ, ଜଳ, ଜଙ୍ଗଲ ସମ୍ପଦ ଭରପୁର ଅଛି, ଯୋଗାଯୋଗ ପାଇଁ ଭୁବନେଶ୍ଵରରେ ବଡ଼ ଏୟାରପୋର୍ଟ ସମେତ ବିଭିନ୍ନ ଅଞ୍ଚଳରେ ଛୋଟ ଛୋଟ ଏୟାରପୋର୍ଟ ଅଛି । ଗତ 10 ବର୍ଷ ଭିତରେ ରେଳ କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି । ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଆରେ ଆତ୍ମନିର୍ଭରଶୀଳ ହୋଇଛି ଓଡ଼ିଶା । ଶିଳ୍ପ ପାଇଁ ଓଡ଼ିଶାରେ ସବୁ ଉପାଦାନ ମହଜୁଦ ଅଛି । ବିକଶିତ ରାଜ୍ୟ ଗଠନରେ ପ୍ରବାସୀ ସେମାନଙ୍କ ଭୂମିକା କଣ ହେବ, ସେ ବାବଦରେ ମଧ୍ୟ ଆଲୋଚନା ହୋଇଛି । ଆମେ ସେମାନଙ୍କ ପାଇଁ ଓଡ଼ିଶାରେ ସୁଯୋଗ ସୃଷ୍ଟି କଲେ ଓଡ଼ିଶା ମଧ୍ୟ ବିକଶିତ ହେବ ।