ଅଳ୍ପ ସମୟରେ ଜହ୍ନକୁ ଛୁଇଁବ ଭାରତ

0

ନୁଆଦିଲ୍ଲୀ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋ ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ବର ନଜର ରହିଛି।

ରୁଷର ଚନ୍ଦ୍ରଯାନ ଲୁନା-୨୫ ବିଫଳତା ପରେ ସାମାନ୍ୟ ଚିନ୍ତା ବୃଦ୍ଧି ପାଇଛି। ହେଲେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି।ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ମହାକାଶ ବିଜ୍ଞାନୀ ଆରସି କପୁର କହିଛନ୍ତି ଯେ ଚଳିତ ଥର ଆଲ୍ଗୋରିଦମକୁ କାର୍ୟ୍ୟମୁକ୍ତ ରଖାଯାଇଛି। ଲ୍ୟାଣ୍ଡରରେ ଲାଗିଥିବା ଯନ୍ତ୍ରପାତିକୁ ପୂର୍ବାପେକ୍ଷା ଅଧିକ ମଜବୁତ ବନା ଯାଇଛି। ଏହା ଅବତରଣ ସମୟରେ ସେକେଣ୍ଡ ପିଛା ୩ ମିଟର ବେଗରେ ଛିଡ଼ା ହୋଇପାରିବ।