ମା ହେବେ ରାକ୍ଷୀ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଡ଼୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି ବିଷୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ମାରିୟଟ ହୋଟେଲରେ ଆମେରିକାର ଡ଼୍ରୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀରେ କାମ କରୂଥିବା ରିତେଶଙ୍କୁ ବିବାହକରିବା କଥା ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ଏବେ ଆଉ ଏକ କଥା କହି ପୁଣି ଚର୍ଚ୍ଚାରେ ରହିଛନ୍ତି ରାକ୍ଷୀ । ଯାହା ଶୁଣି ରାକ୍ଷୀଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୨୦୨୦ରେ ସେ ‘ମା’ ହେବାକୁ ଚାହୁଁଥିବା କଥା କହିଛନ୍ତି ।
ସୂଚନାନୁଯାୟୀ, କିଛି ମାସ ତଳେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟର ପ୍ରତିଯୋଗୀ ଦୀପକଙ୍କୁ ବିବାହ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ପରେ ଏହା ଏକ ପବ୍ଲିକ ଷ୍ଟଣ୍ଟ କହି ଏଡ଼ାଇ ଦେଇଥିଲେ ବିବାଦୀୟ ରାଣି । ଏବେ ପୁଣି ବିବାହ କରିଥିବା କଥା କେତେ ସତ୍ୟ ତାହା ଭବିଷ୍ୟତ କହିବ ।