ବଲିଉଡର ତିନି ଖାନଙ୍କୁ କ’ଣ କହିଲେ ପ୍ରୀତି ଜିଣ୍ଟା… ଜାଣନ୍ତୁ

0

(ସଂଜୁକ୍ତା): ବଲିଉଡ୍‌ର ଦୀର୍ଘ ତିନି ଦଶନ୍ଧି ଧରି ରାଜ୍‌ କରୁଛନ୍ତି ତିନି ଖାନ୍‌ ଆମୀର୍‌, ଶାହାରୁଖ୍‌ ଓ ସଲ୍‌ମାନ୍‌। ଏମାନଙ୍କର ଅଛନ୍ତି କୋଟି କୋଟି ଫ୍ୟାନ୍‌ ଓ ଫଲୋଅର୍ସ। କେବଳ ସାଧାରଣ ଦର୍ଶକ ନୁହନ୍ତି, ବଲିଉଡ୍‌ କାଳାକାରମାନଙ୍କର ବି ଏହି ତିନି ଖାନ୍‌ ଖୁବ୍‌ ପ୍ରିୟ। ବହୁ ଅଭିନେତା ଓ ଅଭିନେତ୍ରୀ ଏମାନଙ୍କୁ ନେଇ ବିଭିନ୍ନ ମତ ଦେଇଥାନ୍ତି। ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବି’ ଟାଉନ୍‌ର ଡିମ୍ପଲ୍‌ ଗାର୍ଲ ପ୍ରୀତି ଜିଣ୍ଟା। ନିକଟରେ ଏହି ତିନି ଖାନ୍‌ ସମ୍ପର୍କରେ ନିଜ ବ୍ୟକ୍ତିଗତ ଧାରଣା ଓ କାମ କରିବାର ଅଭିଜ୍ଞତା ଶେୟାର୍‌ କରିଛନ୍ତି ପ୍ରୀତି । ତିନି ଖାନ୍‌ଙ୍କୁ ପ୍ରୀତି ଖୁବ୍‌ ଭଲ ଓ ଦକ୍ଷ ଅଭିନେତା ବୋଲି କହିଛନ୍ତି। ପ୍ରୀତିଙ୍କ କହିବା ଅନୁସାରେ, ‘‘ତିନି ଖାନ୍‌ଙ୍କ ମଧ୍ୟରୁ ଆମୀର ଖୁବ୍‌ ସିରିୟସ୍‌। ସେ ଫିଲ୍ମ ଶୁଟିଂ ଆରମ୍ଭ ହେବା ପରେ କାହାକୁ କିଛି କୁହନ୍ତି ନାହିଁ। ଶୁଟିଂ ଆରମ୍ଭ ହେବା ପୂର୍ବରୁ ସବୁ କିଛି ପଚାରି ବୁଝି ଦିଅନ୍ତି।’’ ‘କିଙ୍ଗ୍‌ ଖାନ୍‌’ଙ୍କ ବିଷୟରେ ପ୍ରୀତିଙ୍କ କହିବା କଥା, ‘‘ଶାହାରୁଖ୍‌ଙ୍କ ସହ କାମ କରିବାକୁ ଖୁବ୍‌ ମଜା ଲାଗେ। ସେ ମଜା କରି ଓ ଅନ୍ୟଙ୍କୁ ହସାଇ ହସାଇ ସେଟ୍‌ରେ କାମ କରନ୍ତି।’ ’ତେବେ ଦବଙ୍ଗ୍‌ ଖାନ୍‌ଙ୍କ ସମ୍ପର୍କରେ ପ୍ରୀତି କହିଥିଲେ,‘‘ଏମାନଙ୍କ ମଧ୍ୟରେ ସଲ୍‌ମାନ୍‌ ଖୁବ୍‌ କୁଲ୍‌। ତାଙ୍କ ସହ ମୁଁ ଯେବେ କାମ କରିଥିଲି, ସେତେବେଳେ ସେ ଏତେ ବଡ଼ ଅଭିନେତା ନଥିଲେ। ସଲମାନ୍‌ଙ୍କ ସହ ରିହର୍ସଲ୍‌ କରିବା ଏକ ଚ୍ୟାଲେଞ୍ଜ୍‌ ଭଳି ଥିଲା। ଆଉ ଆମକୁ ପୂରା ପ୍ରସ୍ତୁତ ହୋଇ ଆସିବାକୁ ପଡ଼ୁଥିଲା।”