(ସଂଜୁକ୍ତା ବେହେରା): ବୀମା ପ୍ରିମିୟମ୍ ବାବଦରେ ଦୁଇଚକିଆ ଗାଡ଼ିର କ୍ରେତାମାନଙ୍କୁ ପ୍ରାୟ ୧୦ ପ୍ରତିଶତ ଅଗ୍ରୀମ ଦେବାକୁ ପଡୁଥିବାବେଳେ ଗତ ସେପ୍ଟେମ୍ବର ମାସ ଠାରୁ କାର୍ କ୍ରେତାମାନେ ଦୁଇଗୁଣା ବୀମା ପ୍ରିମିୟମ୍ ଦେଉଛନ୍ତି। ୨ ଟି କୋର୍ଟ ଆଦେଶ ଯୋଗୁଁ ବୀମା ପ୍ରିମିୟମ୍ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ପ୍ରଥମ ଆଦେଶ ଅନୁସାରେ, ଦୀର୍ଘ ମିଆଦି, ତୃତୀୟ ପକ୍ଷ ବୀମା ବାଧ୍ୟତାମୂଳକ ହୋଇଥିବା ବେଳେ ଦ୍ୱିତୀୟ ଆଦେଶ ବ୍ୟକ୍ତିଗତ ଦୁର୍ଘଟଣା ବାବଦରେ ୧୫ ଲକ୍ଷ ଟଙ୍କାର କଭରେଜ୍ କିଣିବାକୁ ବାଧ୍ୟ କରୁଛି। ଦୁଇଚକିଆ ଯାନ କିଣୁଥିବା ଗ୍ରାହକମାନେ ୫ ବର୍ଷିଆ, ତୃତୀୟ ପକ୍ଷ କଭର୍ ଏବଂ ବାର୍ଷିକ ବ୍ୟକ୍ତିଗତ ଦୁର୍ଘଟନା କଭର୍ କିଣିବା ବାଧ୍ୟତାମୂଳକ। ଗାଡ଼ି ଖରିଦ କରିବା ବେଳେ ବିକ୍ରୟ ହେଉଥିବା କମ୍ପ୍ରିହେନ୍ସିଭ୍ କଭର୍ ବାଦ୍ ଏଗୁଡ଼ିକ ଅତିରିକ୍ତ କଭରେଜ୍। ଫଳରେ ୭୫୦୦୦ ଟଙ୍କା ମୂଲ୍ୟର ଗୋଟିଏ ୧୫୦ ସିସି ବାଇକ୍ର ବୀମା ପ୍ରିମିୟମ୍ ହେବ ୭, ୬୦୦ ଟଙ୍କା। କାର୍ କ୍ଷେତ୍ରରେ ମାଲିକ ତୃତୀୟ ପକ୍ଷ ବୀମା ବାବଦକୁ ତିନି ବର୍ଷ ପାଇଁ ପ୍ରିମିୟମ୍ ଦେବା ସହ ବ୍ୟକ୍ତିଗତ ଦୁର୍ଘଟନା କଭର୍ ପାଇଁ ଆଉ ୭୫୦ ଟଙ୍କା ଦେବେ।