ପ୍ରସ୍ତୁତି ଶେଷ ପର୍ଯ୍ୟାୟ ,ସରିଲା ଚନ୍ଦ୍ରଶାଳି କାମ

0

(ମମତା ସାମଲ)ରିପୋର୍ଟସଟୁଡେ: ପୁରୀରେ ଧୀରେ ଧୀରେ ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ମାତ୍ର ୫ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏନେଇ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି ସେବକମାନେ । ଗତକାଲି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି । ତିନି ରଥରେ ୪ଟି ଲେଖା କରି ୧୨ଚନ୍ଦ୍ରଶାଳି ରହିଛି । ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ଶେଷ ହୋଇଛି । ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଚାଲିଛି । ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକମା‌ନେ ତିନି ରଥ ପାଇଁ ଆବଶ୍ୟକ କାର୍ୟ୍ୟକୁ ଜୋରସୋରରେ ଆଗେଇ ନେଇଛନ୍ତି ।
ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଘୋଷଯାତ୍ରାକୁ ଦୃଷ୍ଟିରେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା ରହିଛି । ଫନି ପାଇଁ କେତେକ ସ୍ଥାନରେ ସିସିଟିଭି ନଷ୍ଟ ହୋଇଯାଇଥିବାବେଳେ ସେଠାରେ ଅସ୍ଥାୟୀ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଛି । ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚି ସାରିଛି ।