ଟାଙ୍ଗୀ ଖୋର୍ଦ୍ଧ ଓଡ଼ିଆ ଜାତିର ଐତିହପରମ୍ପରାକୁ ଜୀବିତ କରିବା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା ରଜ ପଡିଆ ଠାରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ପରିଷଦ ଅନୁଷ୍ଠାନ ତରଫରୁ ରଜ ମହୋତ୍ସଵ ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଜୁନ ୧୪ତାରିଖ ଶନିବାର ଠାରୁ ୧୮ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି…..ଯଥା ଗୋଟିପୁଅ,ଛଉନୃତ୍ୟ,ସଙ୍ଗୀତ,ପାଲା ଆଦିବାସୀ ନୃତ୍ୟ,ସମ୍ବଲପୁରୀ,ଘୋଡ଼ା ନାଚ, ଓଡିଶୀ ଏବଂ ପାଇକ ଆଖେଡ଼ା ସମେତ ଅନେକ ନୃତ୍ୟ ପରିବେଷଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଏହି ମହୋତ୍ସବ ମାଧ୍ୟମରେ ସାମୁହିକ ଏକତା ଭାଇଚାରାସୃଷ୍ଟି କରାଯାଇପାରିବ । ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପ୍ରାନ୍ତରୁ ପ୍ରଥମ ଦିନ ମହିଳା ମାନେ ଯୋଗ ଦେଇ ପୁଚି ଖେଳ,ଝୋଟି,ଦଉଡ଼ି ଡ଼ିଆଁ, ମିଉଜିକି ଚେଆର,ମେହେନ୍ଦି ଏବଂ ଦୋଳିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଵ। ଦିତୀୟ ଦିବସରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ର ବିଭିନ୍ନ ଭାଗର ଓ ବହୁ ପ୍ରସିଦ୍ଧ ଡାକ୍ତର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସେହି ଭଳି ତୃତୀୟ ଦିବସରେ ରକ୍ତ ଦାନ ଶିବିର ଆୟୋଜନ କରା ଯାଇଛି । ଜନ ସାଧାରଣଙ୍କ ଆମୋଦ ଓ ପ୍ରମୋଦ ନିମନ୍ତେ ଦୋଳି,ମୀନା ବଜାର ଏବଂ ଖାଦ୍ୟପେୟ ଦୋକାନର ବ୍ୟବସ୍ଥା କରାଯାଇଛି।
ସ୍ଥାନୀୟ ବାସିନ୍ଦା ଏହି ଉତ୍ସଵକୁ ନେଇ ଅତି ଉତ୍ସାହିତ ଓ ଗର୍ବିତ। ରଜ ମହୋତ୍ସବ କୁହୁଡି ପାଇଁ କେବଳ ଏକ ପାରମ୍ପାରିକ ଉତ୍ସବ ନୁହେଁ ଏହା ଗାଁ ସାଂସ୍କୃତିକ ଅସ୍ଥିତ୍ବ ପରିଚୟ। ଏହି କାର୍ଯ୍ୟକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀମନ୍ତ ମହାପାତ୍ର ଓ ସଭାପତି ଶ୍ରୀମତି ପ୍ରିୟମ୍ବଦା ଅନୁରୋଧ କରିଛନ୍ତି ।