ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ

0

ନୂଆଗାଁ : ଚଳିତ ବର୍ଷ ୨୦୨୫ ଫେବୃୟାରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ  ହେବାକୁ ଯାଉଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା। ଏହି କାର୍ଯ୍ୟକ୍ରମ ନୂଆଗାଁ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଏନେଇ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏଥିରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ରହିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି।