ବାହୁଡ଼ିବେ ବଡ଼ଠାକୁର: କାଳିଆ ସାଆନ୍ତଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା

0

ଭୁବନେଶ୍ୱର: ମାତ୍ର ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସମସ୍ତ ଲୀଳାଖେଳା ସାରି ବଡ଼ଦେଉଳକୁ ବାହୁଡ଼ିବେ ବଡ଼ଠାକୁର ।ତେବେ ମହାପ୍ରଭୁଙ୍କ ୯ଦିନର ଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ତଥା ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ ପିଠା ଭୋଗ ଲାଗି କରାଯାଇଥାଏ । ଯାହା ପାଇଁ ମାଉସୀ ମାଆ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସେବାୟତ।

ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରାଯାଇ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଏ ତାଙ୍କର ଅତି ପ୍ରିୟ ପୋଡ଼ପିଠା। ଅଟ୍ଟା, ଚିନି, ଛେନା, ଘିଅ, ଲବଂଗ, ଅଳେଇଚର ମିଶ୍ରଣକୁ ରାତିସାରା ସିଝା ହୁଏ । ସକାଳୁ ସେସବକୁ ଶୀତଳ କରାଯାଇ ଖଣ୍ଡ ଖଣ୍ଡ କରି ଭଲ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଏ ପୋଡ଼ପିଠା ଏବଂ ଏହାକୁ ମହାପ୍ରଭୁଙ୍କୁ ଅତି ଶ୍ରଦ୍ଧାରେ ପରସି ଦିଆଯାଇଥାଏ ।

ଅନ୍ୟପକ୍ଷେ, ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।ସେହିଭଳି ସନ୍ଧ୍ୟା ଦର୍ଶନ ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତି ନେଇଛି । କିନ୍ତୁ ପ୍ରଶାସନର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ ଏବଂ ସେବାୟତ । ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ପରମ୍ପରା ଅନୁୟାଯୀ ସନ୍ଧ୍ୟା ବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରାଯାଏ । କିନ୍ତୁ ୪ଟାରେ ଦର୍ଶନ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି କହିଛନ୍ତି ସେବାୟତ ।