ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା  ପ୍ରସ୍ତୁତି ଆରମ୍ଭ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବୀରମହାରାଜପୁର ଅପ୍ରେଲ ପହିଲାରୁ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା କାର୍ଯ୍ୟ ଆରମ୍ଭହେବାକୁ ଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ସହଯୋଗ କାମନା କରାଯାଇଛି ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏଥି ପାଇଁ ବୁଥରେ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ବୈଠକରେ ବିଜେଡି ପକ୍ଷରୁ ଜିଲ୍ଲା ଉପସଭାପତି କିଶୋର ହୋତା, ବିଜେପି ପକ୍ଷରୁ ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, କଂଗ୍ରେସ ପକ୍ଷରୁ ବସନ୍ତ ମହାକୁର, ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ସୁରେଶ କଲତା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅଜିତ ମିର୍ଦ୍ଧା ଓ ନରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।