ଗଞ୍ଜାମ ଜିଲ୍ଲା / ରଜନୀକାନ୍ତ ପାତ୍ର : ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି l ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ମାସରେ ଗୋପାଳପୁର ବେଳାଭୂମି ମହୋଉତ୍ସବ ଅନୁଷ୍ଠିତ ହେଉଥିଲା l ଚଳିତ ବର୍ଷ ଏହା ଏକ ମାସ ବିଳମ୍ବରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି ମହୋଉତ୍ସବ ସମେତ ସେଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ l ଏହି ମେଳରେ ୩୦୦ ଟି ଷ୍ଟଲ ରହିବ l ସେଥିମଧ୍ୟରୁ ଜିଲ୍ଲା ର ୧୦୦ ଷ୍ଟଲ ଥିବା ବେଳେ, ବାହାର ଜିଲ୍ଲା ରୁ ୧୫୦ ଓ ବାହାର ରାଜ୍ୟରୁ ଅନ୍ୟ ୫୦ ଟି ଷ୍ଟଲ ରହିବ l ସେଥିମଧ୍ୟରୁ ୩୦ ଟି ଫୁଡ ଷ୍ଟଲ ରହିବ l ପୂର୍ବ ବର୍ଷ ମାନଙ୍କ ପରି ଚଳିତ ଥର ଜିଲ୍ଲା ପ୍ରଶାସନ କୌଣସି ପାସ ବ୍ୟବସ୍ତା କରିବେ ନାହିଁ l ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଆଇପି ଓ ଭିଭିଆଇପି ପାସ ପ୍ରଦାନ କରାଯାଉଥିବା ବେଳେ ଚଳିତ ଥର ତାହାକୁ ବନ୍ଦ କରିଛି, ପ୍ରଶାସନ ଏ ନେଇ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ବୈଠକ ଗୃହ ପରିସରରେ ସାମ୍ବାଦିକ ଓ ଜିଲ୍ଲା ପ୍ରଶାସନର ସମନ୍ୱୟ ବୈଠକରେ ସୂଚନା ପ୍ରଦାନ କରିଛନ୍ତି l ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କିର୍ତ୍ତି ଭାସନ, ନିଗମ କମିଶନର ଜେ ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରତେକ ଦିନ ଜିଲ୍ଲାର ଲୋକକଳା ଓ ସଂକୃତିକ ଅନୁଷ୍ଠାନ ପକ୍ଷରୁ ଗୋଟିଏ ମଞ୍ଚରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ l ଏହାସହ ମୁଖ୍ୟ ମଞ୍ଚରେ ପ୍ରତେକ ଦିନ ସାଧାରଣ ସଭା ଶହ ଷ୍ଟାର ନାଇଟ ରେ ଯୋଗ ଦେବାକୁ ଆସୁଥିବା ଅଲିଉଡ ଓ ବଲିଉଡ଼ର କଳାକାର ମାନେ ସେମାନଙ୍କର ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ ବୋଲି କମିଶନର ସୂଚନା ଦେଇଥିଲେ l ଟ୍ରାଫିକ ବ୍ୟବସ୍ଥା କିପରି ସୁଚାରୁ ରୂପେ କରାଯିବ ତାହାସହ ମହୋତ୍ସବ ସ୍ଥଳରେ ଏକ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ସାମ୍ବାଦିକଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେଇ ଖୋଲାଯିବ ପାଇଁ ନିଷ୍ପତି ହୋଇଥିଲା l ଏହି ବୈଠକକୁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା କରିଥିଲେ l