ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନିର୍ମାଣ କାର୍ୟ୍ୟ ନେଇ ପ୍ରସ୍ତୁତି ବୈଠକ

0

(ଜୟନ୍ତ କୁମାର ସେଠୀ / ପୁରୀ): ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ତେବେ ମାତ୍ର ଅଳ୍ପ ଦିନ ଥିବାରୁ ବେଶ ନିର୍ମାଣ କାର୍ୟ୍ୟ କିଭଳି ସୁରୁଖୁରୁରେ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର କାର୍ୟ୍ୟଳୟରେ ଅନୁଷ୍ଠିତ ହୋଇ ଥିବା ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ବେଶ ଯୋଗାଉ ଥିବା ସେବାୟତ , ବେଶ ନିର୍ମାଣ କରୁଥିବା କାରିଗରଙ୍କ ସମେତ ଏହି ବେଶ କରିବାକୁ ଥିବା ବିଭିନ୍ନ ସେବାୟତ ଏବଂ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ବେଶ ନିର୍ମାଣ କାର୍ୟ୍ୟ ସଠିକ ବାଟରେ ଆଗେଇ ଚାଲିଛି। ୪୦ ପ୍ରତିଶତ ବେଶ ନିର୍ମାଣ ଶେଷ ହୋଇଛି। ତେବେ ବେଶ ହେବାର ପୂର୍ଵ ଦିନ ଅର୍ଥାତ ନଭେମ୍ବର ୨୬ ତାରିଖ ରାତ୍ର ୧୨ ଟା ରେ ପହୁଡ଼ ପଡିବ। ରାତ୍ର ୨ ଟା ଦ୍ୱାର ଫିଟା ପରେ ବେଶ ସାମଗ୍ରୀ ଅଣାଯାଇ ଜଗମୋହନରେ ରଖା ଯିବ। ଭୋର ୪ ଟାରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବେଶ ଆରମ୍ଭ ହେବ। ଏହା ସକାଳ ୭ ଟା ଯାଏ ଚାଲିବ। ବେଶ ଉଲାଗି ଭୋଗ ମଣ୍ଡପ ଶେଷ ପରେ ପାଖାପାଖି ଦିନ ୨ ଟା ବେଳକୁ ହେବ। ବେଶ ଉଲାଗି ପରେ ବେଶ ଦାତା ସେବାୟତଙ୍କୁ ବେଶ ସାମଗ୍ରୀ ଫେରାଇ ଦିଆଯିବ। ତେବେ କୋଭିଡ କଟକଣା ହେତୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତେବେ ଉକ୍ତ ଦିନ ଶ୍ରୀମନ୍ଦିର ନିକଟରେ ଭକ୍ତ ଭିଡ଼ ନ ହେବା ପାଇଁ ୧୪୪ ଧାରା ଜାରି ହେବ କି ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ସେ କହିଛନ୍ତି ଏ ନିସ୍ପତି ଜିଲାପାଳ ନେବେ। ତେବେ ଦୀପାବଳି ଦିନ ଶ୍ରୀମନ୍ଦିରରେ ଯଥା ରୀତି ମହାପ୍ରଭୁଙ୍କ ନୀତି ହେବ। ଅନ୍ୟପଟେ ଏଥର ପତିତପାବନଙ୍କ ନଗାର୍ଜୁନ ବେଶ ନେଇ କୌଣସି ଆଲୋଚନା ହୋଇ ନ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ତେବେ ବେଶକୁ ଶ୍ରୀମନ୍ଦିର ଅଣାଯିବା ପୂର୍ବରୁ ହର ଚଣ୍ଡୀ ସାହି ଚକ୍ରକୋଟ ରି ଶ୍ରୀମନ୍ଦିର ଯାଏ ସଫେଇ ହେବ। ଚୂନ ପାଣି ପକାଯିବ। ଘଣ୍ଟ ଘଣ୍ଟା , କାହାଳି , ଛତ୍ର ଶ୍ରୀମନ୍ଦିର ରୁ ନିଆଯାଇ ସେବକଙ୍କ ଘରୁ ନଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଅଣାଯିବ।