ରାଷ୍ଟ୍ରପତିଙ୍କୁ ଏମ୍ସକୁ ସ୍ଥାନାନ୍ତର

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଚିକିତ୍ସା ଗତକାଲିଠାରୁ ଚାଲିଛି । ଗତକାଲି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ସେନା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରୀଦଳ ତାଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ ଓ ତାଙ୍କୁ ନିରୀକ୍ଷଣରେ ରଖିଥିଲେ । ପରେ ସେନା ହସ୍ପିଟାଲ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଥିଲା । ତେବେ ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।