ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ୱର:  ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ ।  ବିମାନ ବନ୍ଦରରୁ ସିଧା ଯିବେ ରାଜଭବନ । ସେଠାରେ ରାତ୍ର ଯାପନ କରିବେ । ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦର ପରିସରରେ ଓଡିଶା ଲୋକକଳା ଓ ସଂସ୍କୃତି ର ଝଲକ ଦେଖିବାକୁ ମିଳିଛି ।  ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ବମପତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ସୁଲୋଚନା ଦାସ, ପୋଲିସ ମହାନିର୍ଦେଶକ ।