ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ପଇଁ ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହା ଓଡ଼ିଶା ପାଇଁ ଏକ ଗର୍ବ ମଧ୍ୟ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସମଗ୍ର ଦେଶ ଓ ପୃଥୀବିର ନଜର ଏବେ ଓଡ଼ିଶା ଉପରେ ।
ଏହି ସମୟରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବା ପରେ ତାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ଭେଟିବା ସହିତ ଆଗାମୀ ଦିନରେ ଓଡ଼ିଶାର ଉନ୍ନତି ପାଇଁ ମଧ୍ୟ ଆଲୋଚନା ହୋଇଛି ।
ପ୍ରବାସୀ ଭାରତୀୟ ସମ୍ମେଳନର ଐତିହାସିକ କାର୍ୟ୍ୟକ୍ରମରେ ତାଙ୍କର ଯୋଗଦାନ ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।