ଲାହୋର: ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଲାହୋରରେ ତାଙ୍କ ସମ୍ମାନାର୍ଥ ଆୟୋଜିତ ଏକ ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି । ଏବେ ସେ ଦୁଇ ଦିନିଆ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ରାଷ୍ଟ୍ର ପତି କହିଛନ୍ତି ଯେ , ଲଦାଖରେ ଧାର୍ମିକ ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାବନା ରହିଛି ଏବଂ ଲଦାଖରେ ପ୍ରଗତି, ଶାନ୍ତି ଏବଂ ସସୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଭିତ୍ତିଭୂମି ବିକାଶ, ଇ-ଶାସନ, ସ୍ୱାସ୍ଥ୍ୟସେବା, ଗୃହ, ମହିଳା ସଶକ୍ତିକରଣ ଏବଂ ସମାଵେଶୀ ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।