ନୂଆ ଦିଲ୍ଲୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ଜିଲ୍ଲାୁ ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଅସୁଛନ୍ତି । ଏନେଇ ରାଷ୍ଟ୍ରପତି ଭବନରୁ ଜିଲ୍ଲା ପ୍ରଶାସନକୁ ଏନେଇ କୌଣସି ବିଦ୍ଧୀବଦ୍ଧ ସୂଚନା ଆସିନାହିଁ , ତଥାପି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ଏଭଳି ସୂଚନା ମିଳିଥିବା କୁହାଯାଉଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ରାଇରଙ୍ଗପୁରରେ ପହଞ୍ଚି ରାତ୍ରି ଯାପନ କରିବେ। ୨୧ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ବାଦାମପାହାଡ ଠାରେ କାର୍ୟ୍ୟକ୍ରମ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି।