ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

0

ଭୁବନେଶ୍ୱର : ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଫେବୃଆରୀ ୧୦ରେ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ ବିଶ୍ବବିଦ୍ୟାଳୟର କନ୍‌ଭୋକେସନ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତାହା ଶେଷକରି ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୧୧ ତାରିଖରେ ସକାଳ ୯ଟା ୧୫ରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯିବେ । ଦିନ ୧୧ଟାରେ କଟକ ସ୍ଥିତ ନାସନାଲ ରାଇସ ରିସର୍ଟ ଇନଷ୍ଟିଚ୍ୟୁଟରେ ଆୟୋଜିତ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭୁବନେଶ୍ୱର ଫେରି ୧୨ଟା ୫୫ ମିନିଟରେ ସ୍ୱତନ୍ତ୍ର ବମାନରେ ଦିଲ୍ଲୀ ଅଭିମୁଖେ ଫେରିଯିବେ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ୱିତୀୟ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।