ଭାରତ: ଆର୍ମି ୱିଭସ ୱେଲଫେୟାର ଆସୋସିଏସନ(ଏଡବ୍ଲୁଡବ୍ଲୁଏ) ଦ୍ୱାରା ଆୟୋଜିତ “ଅସ୍ମିତା’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଏଠି ରାଷ୍ଟ୍ରପତି ପ୍ରତ୍ୟେକ କ୍ଷେତ୍ରରେ ନାରୀର ଭୂମିକାକୁ ବଖାଣି ଭାରତରେ ସମଗ୍ର ନାରୀ ସମାଜକୁ ପ୍ରଗତିର ପଥରେ ଆଗେଇ ଯିବାକୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତିି”ଜଣେ ମହିଳା ବିନା ପୁରୁଷରେ ବଞ୍ଚିପାରିବ । ଲଢି ପାରିବ ଅଉ ପ୍ରଗତି ପଥରେ ଆଗେଇ ପାରିବ । ମହିଳାଙ୍କ ପ୍ରଗତି ଆମ ସମାଜ ତଥା ଦେଶ ପାଇଁ ମହତ୍ୱପୂର୍ଣ୍ଣ ଅଟେ’ବୋଲି କହିଛନ୍ତି ରାଷ୍ଟ୍ରପତି । ସୃଷ୍ଟିର ନିର୍ମାଣ ଓ ବିକାଶରେ ସମସ୍ତଙ୍କର ସମାନ ସହଯୋଗ ରହିଛି । ନାରୀ ଓ ପୁରୁଷ ଗୋଟିଏ ରଥର ଦୁଇଟି ଚକ ସଦୃଶ ହୋଇଥିବା ବେଳେ ବର୍ତ୍ତମାନର ସମୟରେ ନାରୀ ଏକାକୀ ବିନା ପୁରୁଷର ସହାୟତାରେ ସ୍ୱାବଲମ୍ବୀ ହୋଇ ପାରୁଛି । ନାରୀ ଜନ୍ମ ଦେବାର କ୍ଷମତା ରଖିଛି । ନାରୀ ପାଖରେ ନେତୃତ୍ୱ ଦେବାର କ୍ଷମତା ବି ରହିଛି । ତାଙ୍କ ମଧ୍ୟରେ ନେତୃତ୍ୱ ସମାହିତ ହୋଇ ରହିଛି । ଦୃଢ ଇଚ୍ଛାଶକ୍ତି ସମାହିତ ହୋଇ ରହିଛି । ସେହି ଇଚ୍ଛାଶକ୍ତି ବଳରେ ନାରୀ ଆଗକୁ ଗୋଟିଏ ପରେ ଗୋଟିଏ ପାଦ ବଢି ଚାଲିଛି । ନାରୀର ଏହି ପ୍ରଗତି ଦେଶ ପାଇଁ, ସମାଜ ପାଇଁ ଏବଂ ପରିବାର ପାଇଁ ବହୁତ ବଡ କଥା । ନାରୀର ପ୍ରଗତି ପାଇଁ ଆଜି ଦେଶର ଅର୍ଥନୀତି ୫ମ ସ୍ଥାନରେ ପହଞ୍ଚିଛ। ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ମହିଳା ମାନେ ଅନେକ କଠିନ ସମସ୍ୟା ଦେଇ ଗତି କରିଛନ୍ତି ଆଉ ସଫଳତା ବି ହାସଲ କରିଛନ୍ତି ।