ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଓଡିଆ ମାନେ ନିଜ ନିଜ ଘରେ ରହି ପଣା ସଂକ୍ରାନ୍ତି କରିବା ସହିତ ଚଉରା ତୂଳସୀ ଉପରେ ପାଣି ଘଡି ବସାଇଛନ୍ତି । ତେବେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ୱିଟ କରି ଲେଖିଛନ୍ତି, ପବିତ୍ର ପଣା ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଛି ।
ଏହି ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସୁକ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି । ଏଥିସହ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆବର୍ଷରେ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି । ଭିଡିଓ ରିଲିଜ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।