(ଅନୁସ୍ୱୟା/ଭୁବନେଶ୍ୱର) : ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ହାଇକମାଣ୍ଡଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ ଶିବିର । ତାଙ୍କର ଦିନ ତମାମର କାର୍ୟ୍ୟକ୍ରମ ରହିଛି । ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୫ଟା ଯାଏ ରହିବେ । ଖୋର୍ଦ୍ଧା ତମୋଣ୍ଡୋ ମିନି ଷ୍ଟାଡିୟମ୍ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର ରହିଛି । ସାଧାରଣ ନିର୍ବାଚନକୁ ନଜରରେ ରଖି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବାରମ୍ବାର ଓଡ଼ିଶା ଗସ୍ତ କରିବେ ।
ଏହା ପରେ ଫେବୃୟାରୀ ପ୍ରଥମ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବେ । ଏଥର ସେ ଦକ୍ଷିଣ ଓଡ଼ିଶା ଉପରେ ଫୋକସ୍ କରିବେ । ଦକ୍ଷିଣରେ ଏକ ଦଳୀୟ କାର୍ୟ୍ୟକ୍ରମ ହେବାର ରହିଥିବା ପ୍ରଭାରୀ ଶ୍ରୀ ସିଂହ କହିଛନ୍ତି ।