ପୁରୁଣା ସ୍ମୃତିକୁ ମନେପକାଇଲେ ରାଷ୍ଟ୍ରପତି

0

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଯାଇଛନ୍ତି | ସେଠାରେ ସମାବର୍ତ୍ତନ ଉତ୍ସବରେ ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି ମ୍ୟାଡ଼ାମ ପ୍ରେସିଡେଣ୍ଟ । ସେ କହିଛନ୍ତି ,

“ରମାଦେବୀର କାନ୍ଥ ମୂକସାଖୀ ହୋଇ ମୋତେ ଆହ୍ୱାନ କରୁଛି । ପୁରୁଣା ଦିନର ସ୍ମୃତି ମୋର ସବୁ ମନେପଡୁଛି । ମା ରମାଦେବୀଙ୍କ ପ୍ରତି ସାଦର ସମ୍ମାନ ଜ୍ଞାପନ କରୁଛି । ଆଜି ମୋତେ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି । ସେତେବେଳେ ଡ୍ରେସକୋଡ ନଥିଲା । ସେତେବେଳେ ମାତ୍ର ଏକ ମହାବିଦ୍ୟାଳୟ ଥିଲା । ମୁଖ୍ୟ ଶାସନ ସଚିବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସମସ୍ତେ ଏକାଠି ପଢୁଥିଲୁ । ବାର୍ତ୍ତାଳପରେ କିମ୍ବା ଭେଦଭାବର କୌଣସି ବାସ୍ନା ନଥିଲା । ସତେ ଲାଗୁଥିଲା ଯେମିତି ଦୁର୍ଗମ ପଲିରୁ ସୁଗମ ରାଜଧାନୀର ରାସ୍ତା । ମୁଁ ଯଦି ମୋ ବିଶ୍ୱ ବିଦ୍ୟାଳୟର କଥା କହିବି ତେବେ ଦୁଇ ଘଣ୍ଟା ହୋଇଯିବ । ଶେଷରେ ପ୍ରୋଟୋକଲ ସରିଯିବ । ରମାଦେବୀ ନାରୀ ଜାତିର ନେତୃତ୍ୱ । ସୁପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପାଦଦେବା କ୍ଷଣି ଅତୀତ ମନସ୍କ ହୋଇ ପଡୁଛି । ସେତେବେଳେ ମଧ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଥିଲା । ମନେ ପଡୁଛି ମୋ ଛାତ୍ର ଜୀବନର କଥା । ସେ ପୁରୁଣା କ୍ୟାଣ୍ଟିନ ଏବେ ଅଛିକି ନାହିଁ ଜାଣିନି । ପାଚିରୀ ପାଖରେ ଠିଆ ହୋଇଥିବା ଠେଲା ଗାଡି ପାଖରେ ମୁଁ ଖାଉଥିଲି । ଭୁବନେଶ୍ୱର ଠାରୁ ଅନତି ଦୂରରେ ମୋର ଜନ୍ମ । ଚାରିବର୍ଷ ମୁଁ ଏଠାରେ ପଢିଛି ।”

କେବଳ ଏତିକି ନୁହେଁ ସେ ସମୟରେ ନିଜ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭଲ ପାଇବା ଆଶୀର୍ବାଦ କଥା ମଧ୍ୟ ସେ କହିଛନ୍ତି |