ଉପ ରାଷ୍ଟ୍ରପତିଙ୍କୁ ଅପମାନ , ରାଷ୍ଟ୍ରପତିଙ୍କ ନିନ୍ଦା

0

ଉପରାଷ୍ଟ୍ରପତିଙ୍କୁ ଜଗଦୀସ ଧନଖଡକୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି ପିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଜ ସମାଲୋଚନା ପରେ ରାଷ୍ଟ୍ରତିଙ୍କ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଶାଳୀନତା ମଧ୍ୟରେ ନିଜର ମତବ୍ୟକ୍ତ କରିବା ଆମ ସଂସଦୀୟ ପରମ୍ପରାର ଗର୍ବ ଏବଂ ଦେଶବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଏହା ଆଶା ରଖନ୍ତି ।