ରାଷ୍ଟ୍ରପତି ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ସ୍ଥାନାନ୍ତର

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଦିନ ଦିଲ୍ଲୀ ଏମ୍ସର ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ସ୍ଥାନାନ୍ତର କରାଯାଇଛି । ଚଳିତ ସପ୍ତାହରେ ତାଙ୍କର ବାଇପାସ ହାର୍ଟ ସର୍ଜରୀ କରାଯାଇଥିଲା । ଏସମ୍ପର୍କରେ ରାଷ୍ଟ୍ରପତି ଭବନରୁ ଟ୍ୱିଟଯୋଗେ ସୂଚନା ପ୍ରଦାନ କରାଯାଇଛି । ଟ୍ୱିଟରେ କୁହାଯାଇଛି କି, ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ମାର୍ଚ୍ଚ ୩୦ ତାରିଖରେ ରାଷ୍ଟ୍ରପତିଙ୍କର ହାର୍ଟ ବାଇପାସ ସର୍ଜରୀ ହୋଇଥିଲା । ସର୍ଜରୀ ପରେ ରାଷ୍ଟ୍ରପତି ତାଙ୍କ ସଫଳ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅଗ୍ରଗତି ନେଇ ସୂଚନା ଦେଇଥିଲେ । ଏଥିସହ ତାଙ୍କ ଅ।।ରୋଗ୍ୟ କାମନା କରିଥିବା ସମସ୍ତ ଦେଶ ବିଦେଶର ନେତା ଓ ନାଗରିକଙ୍କୁ ଧନ୍ୟବାଦ ଜଣାଇଥିଲେ ।