ସୁଷମାଙ୍କୁ ଶେଷ ଦର୍ଶନ କଲେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ

0

(ଅନୁସ୍ୱୟା)ଭୁବନେଶ୍ୱର: ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଦିଲ୍ଲୀସ୍ଥିତ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ବହୁ ଦିନରୁ କିଡନୀ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସୁଷମାଙ୍କ ମରଶରୀରକୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନ ଧାୱନ ଭବନକୁ ଅଣାଯାଇଛି । ତାଙ୍କ ବାସଭବନରେ ଜନସାଧାରଣଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖ ଶେଷ ଦର୍ଶନ କରିଛନ୍ତି ।
ବୁଧବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମା ଅନ୍ତିମ ଦର୍ଶନ କରିଛନ୍ତି । ଏହା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ସମାଜବାଦୀ ପାର୍ଟୀ ମୁଖ୍ୟ ମୁଲାୟମ ସିଂହ ଯାଦବ ଓ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ତାଙ୍କ ବାସଭନରେ ପହଁଚିଛନ୍ତି । ସେହିପରି ବାବା ରାମଦେବ ମଧ୍ୟ ପହଁଚି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଆଜି ମଧ୍ୟାହ୍ନ ୧୨ଟାରେ ସୁଷମାଙ୍କ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳର ନେତୃବୃନ୍ଦମାନେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ । ଅପରାହ୍ନ ୩ଟା ପରେ ସେଠାରୁ ତାଙ୍କର ଅନ୍ତିମ ଯାତ୍ରା ବାହାରିବ । ଏହା ପରେ ଲୋଧୀ ରୋଡ଼୍‌ରେ ଥିବା ଶବଦାହ ଗୃହରେ ତାଙ୍କ ଅନ୍ତିମ ସଂସ୍କାର ହେବ ।