କୋଲକାତା: ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ଜଣ ଅଣ ବିଜେପି ନେତାଙ୍କୁ ଚିଠି ଲେଖିଛନ୍ତି । ଏଥିଲାଗି ଜୁନ୍ ୧୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି । ଅନୁଷ୍ଠିତ ବୈଠକରେ ଯୋଗ ଦେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି । ସଂପ୍ରତି ଗଣତନ୍ତ୍ର ବିପଦଜନକ ସ୍ଥିତିରେ ରହିଛି ଏଥିପାଇଁ ସମସ୍ତ ବିରୋଧୀ ଦଳକୁ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଓଡି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପ୍ରମୁଖଙ୍କୁ ଚିଠି ଲେଖଛନ୍ତିି ।