କଟକ : ସମସ୍ତଙ୍କ ନ୍ୟାୟ ଉପରେ ଗୁରୁତ୍ୱ ଦେଇଛନ୍ତି ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କହିଛନ୍ତି, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଲୋକ ହଇରାଣ ହେଉଛନ୍ତି ଓ ଏଥିପାଇଁ ଅନେକ ଲୋକଙ୍କ ଜୀବନ ଜେଲରେ କଟୁଛି । ଆହୁରି କହୁଛନ୍ତି ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛିଛନ୍ତି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ। ବଞ୍ଚିତମାନଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳୁ। ଏକଥା ମୁଁ ଆଗରୁ କହିଆସିଛି। ଏବେ ପୁଣି ସେହି କଥାକୁ ଦୋହରାଉଛି। ଅନେକ ଆଇନଜୀବୀ ମାଗଣାରେ ସେବା କରୁଛନ୍ତି। ଆର୍ଥିକ ଦୁଃସ୍ଥିତି ପାଇଁ ନ୍ୟାୟାଳୟ ପାଖରେ ପହଞ୍ଚିବା ସାମର୍ଥ୍ୟ ନଥାଏ। ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ, ଆମର କର୍ତ୍ତବ୍ୟ ହେବା ଉଚିତ। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାଗଣା ଆଇନ ସହାୟତା ମିଳୁଥିବା ଜାଣି ଖୁସି। କଟକରେ ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି। ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇବେ ବୋଲି ଆଶା କହିଛନ୍ତି ରାଷ୍ଟ୍ରପତି।