ସାଲେପୁର/ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁରକୁ ସବ୍ ଡି ଭିଜନ୍ ମାନ୍ୟତା ଦାବି କରିଛି ସାଲେପୁର ଟାଙ୍ଗୀ ବିକାଶ ମଞ୍ଚ। ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ମଞ୍ଚର ଅଧ୍ୟକ୍ଷ ବିଶେଶ୍ୱର ସ୍ୱାଇଁ । ସାଲେପୁର କଟକ ଜିଲ୍ଲାର ଏକ ପ୍ରମୁଖ ସହର। ଏଠାରେ ସବୁ ବିଭାଗର ଅଫିସ ଏବଂ କଲେଜ,ସ୍କୁଲ ଅଛି।ବିଭିନ୍ନ ଜାଗାରୁ ସାଲେପୁରକୁ ବିଭିନ୍ନ କାମରେ ଆସୁଛନ୍ତି। କିନ୍ତୁ ଏକ ଶୌଚାଳୟ ନ ଥିବାରୁ ବାହାରୁ ଆସୁଥିବା ସ୍ତ୍ରୀ, ଝିଅ, ବହୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି।ଏଥି ପ୍ରତି କାହାର ଏପର୍ଯ୍ୟନ୍ତ ଦୃଷ୍ଟି ପଡୁନାହିଁ। ସବ୍ ଡି ଭିଜନ ମାନ୍ୟତା ସାଲେପୁରକୁ ନ ମିଳିବା ନେଇ ଶ୍ରୀ ସ୍ୱାଇଁ କ୍ଷଭୋ ପ୍ରକାଶ କରିଛନ୍ତି। କଟକ ଚାନ୍ଦବାଲି ରୋଡର ଅଣ ଚଉଡା ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏ ଦିଗରେ ରାଜନେତା ମାନେ କୌଣସି ପଦକ୍ଷେପ ନେଉନାହାନ୍ତି।
ସାଲେପୁର ଏକ ଗୁରୁତପୂର୍ଣ୍ଣ ସହର ହୋଇ ଥିଲେ ମଧ୍ୟ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଏହି ଅଞ୍ଚଳକୁ ସବ୍ ଡି ଭିଜନ ମାନ୍ୟତା ମିଳି ପାରି ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଦାବି ରଖିବେ ବୋଲି ଅଧ୍ୟକ୍ଷ କହିଛନ୍ତି। ଯୁବ ନେତା ତଥା ସମାଜସେବୀ ବିଶେଶ୍ୱର ସ୍ୱାଇଁ ଆଗାମୀ ଦିନରେ କିପରି ସାଲେପୁର ଟାଙ୍ଗୀର ଉନ୍ନତି ହେବ ସେ ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବିକାଶ ମଞ୍ଚ ର ଉପାଧ୍ୟକ୍ଷ ଯିବନାନନ୍ଦ ସାହୁ,ଉପଦେଷ୍ଟା ଏସ, କେ,ହସିମ୍ କୋଷାଧ୍ୟକ୍ଷ ଚତୃଭୂଜ ପ୍ରଧାନ,ଉପ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।