( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଡାକ ବଙ୍ଗଳା ଠାରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସୁବାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ର ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ନାୟକ ,ବରିଷ୍ଠ ନାଗରିକ ଡ଼ଃ ଉପେନ୍ଦ୍ର ନାଥ ଭୋଳ, ବିଶ୍ଵଜିତ ସ୍ଵୋଇ,ନୋମିନ ଶ୍ରୀ ବିଜୟ ବରାଳ, କୋଣାର୍କ ଓକିଲ ସଂଘ ସଭାପତି ଶ୍ରୀ ବିପିନ ବିହାରୀ ମହାନ୍ତି ଆଦି ଯୋଗ ଦେଇଥିଲେ।
କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖାସାଳା ବାମ ପାର୍ଶ୍ଵରେ ଥିବା ମାନବ ବ୍ରୀଡାଲ ମୂର୍ତ୍ତି ଚୋରି କି ନେଇ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଓ କେନ୍ଦ୍ରର ସରକାର ଙ୍କୁ ଅନୁରୋଧ କରିଥିଲେ ଆଞ୍ଚଳିକ ପ୍ରତ୍ନତତ୍ତ୍ଵ ଅଧିକାରୀ ଅରୁଣ ମଲ୍ଲିକ ଓ ବରିଷ୍ଠ ସଂରକ୍ଷଣ ସହାୟକ ଚିତ୍ତରଞ୍ଜନ ଦାସ ଙ୍କୁ ତୁରନ୍ତ ବଦଳି କରିବା ସହ ମୂର୍ତ୍ତି ଚୋରି ସିବିଆଇ ତଦନ୍ତ ଦାବି ରରିବା ସହ ୧୫ ଦିନ ମଧ୍ୟ ରେ କୋୖଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ହେବବୋଲି ଚେତାବନୀ ଦେଇଥିଲେ ।