(ଶୁଭସ୍ମିତା ଦାଶ): ଯଦି ଆପଣ ପ୍ରେସର କୁକରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ତେବେ ଜାଣି ରଖନ୍ତୁ କେତୋଟି କଥା , ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଳାଭଦାୟକ ହେବ ।
ପ୍ରେସର କୁକରେ ସାଧାରଣତଃ ସମସ୍ତେ ଅଧିକ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ମାତ୍ର ଏପରି କରିବା ଦ୍ୱାରା ଖାଦ୍ୟରେ ଥିବା ତତ୍ତ୍ୱ ନଷ୍ଟ ହୋଇଥାଏ । ଆଉ କେତେକ ମତ ଦିଅନ୍ତି ଯେ ପ୍ରେସର କୁକରରେ ବାମ୍ପରେ ରୋଷେଇ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ବିଶେଷଜ୍ଞ ଙ୍କ କହିବା ଅନୁସାରେ ଯଦି ପରିବାକୁ ଅଧିକ ସମୟ ଧରି ସିଝା ଯାଏ ବା ଅଧିକ ଉତ୍ତାପରେ ରଖାଯାଏ ତେବେ ସେଥିରୁ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।
ଅନ୍ୟପକ୍ଷରେ ପ୍ରେସର କଳୁରରେ ରନ୍ଧାଯାଇଥିବା ଭାତ , ଆଳୁ, ପାସ୍ତାରେ ଏଳ୍ରିଲାମାଇଡ଼ ନାମକ ହାନିକାରକ କେମକାଲ ଜାତ ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ନପୁଂସକ, କର୍ଳଟ ଆଦି ହେବାର ସମ୍ଭାବନା ଦେଖା ଦେଇଥାଏ ।
ଅନ୍ୟପଟେ ଚିକେନ, ଡ଼ାଲି, ମାଂସ ଓ ଡ଼ାଲି ପ୍ରସ୍ତୁତ କରିବା ପାଇଁ ଅଧିକାଂଶ ଲୋକ ପ୍ରେସର କୁକର ବ୍ୟବହାର କରିଥାନ୍ତି । କୁକର ଭିତରେ ଥିବା ପାଣିକୁ ଯେତେବେଳେ ଗରମ କରାଯାଏ ତାହାର ପ୍ରେସର ବଢିଯାଏ । ଫଳରେ ବାମ୍ପ ସାହାର୍ଯ୍ୟରେ ରୋଷେଇ ଜଲଦି ହୋଇଥାଏ ।