ଭୁବନେଶ୍ୱର; ଥରୁଛି ଓଡିଶା । କୁହୁଡି ସାଙ୍ଗକୁ ସୁଲୁ ସୁଲିଆ ପବନ । ଓଃ କି ଶୀତ । ସକାଳୁ ସକାଳୁ କୁହୁଡି ଚାଦରରେ ଘୋଡି ହୋଇଥାଏ ରାସ୍ତାଘାଟ । ଏହି କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପାରଦ ଖସିଥିବାରୁ ଓଡିଶାରେ ଜାଡ ପ୍ରବଳ । ଆହୁରି ୪ରୁ ୫ଦିନ ଥରିବେ ଲୋକେ । କାରଣ ଏବେ କମିବନି ଶୀତ ।
ଜି ଉଦୟଗିରିରେ ପାରଦ ୫ଡିଗ୍ରି ସେଲସିୟସକୁ ଖସିଥିବା ବେଳେ ଶୁକ୍ରବାର ଏଠାରେ ପାରଦ ୬ ଡିଗ୍ରୀ ରହିଥିଲା । ଏବେ ପୁଣି କମିଛି । ଦାରିଙ୍ଗିବାଡି ଓ ଫୁଲବାଣୀରେ ୮ ଡିଗ୍ରୀ ,ଅନୁଗୁଳ ୧୦, ରାଉରକେଲାରେ ୧୦.୫,ଭବାନୀପାଟଣା ଓ କୋରାପୁଟରେ ୧୧, କେନ୍ଦୁଝରରେ ୧୧.୨, ନୟାଗଡରେ ୧୨.୪ ଡିଗ୍ରୀ ରହିଛି ।
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଶୀତ ଜାରି ରହିବ । ଅନ୍ୟପଟେ ଆସନ୍ତା ୨ ଦିନ କୁହୁଡି ପ୍ରଭାବ ରହିବ ବୋଲି ପାଣିପାଶ ବିଭାଗ ପକ୍ଷରୁ ସୂଚନା । ୨୦ ତାରିଖରେ ଗଞ୍ଜାମ,ପୁରୀ, ଖୋର୍ଦ୍ଧା,କଟକ,ନୟାଗଡ,କେନ୍ଦୁଝରରେ କୁହୁଡିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।