ମୁମ୍ବାଇ : ଦେଶର ସୁବୁଠାରୁ ଲମ୍ବା ପୋଲ ଅଟଳ ସେତୁର ଲୋକାର୍ପଣ । ମୁମ୍ବାଇରେ ଅଟଳ ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି। ଏହା ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି। ଏହି ସେତୁ ମୁମ୍ବାଇରୁ ନଭି ମୁମ୍ବାଇ ପର୍ଯ୍ୟନ୍ତ ସଂଯୋଗ କରୁଛି । ମୁହାଯାଉଛି ଯେ ପୂର୍ବରୁ ମୁମ୍ବାଇରୁ ନଭି ମୁମ୍ବାଇକୁ ଯିବା ପାଇଁ୨ ଘଣ୍ଟା ସମୟ ଲାଗୁଥିଲା ବେଳେ ଏବେ ୨୦ ମିନିଟ ସମୟ ଲାଗିବ । ତେବେ ଅଟଳ ସେତୁରେ କେବଳ ୪ ଚକିଆ ଗାଡି ଯିବାକୁ ରହିଛି ଅନୁମତି ରହିଥିବା କୁହାଯାଉଛି ।