ବ୍ୟୁରୋ : ୨୦୨୫ରେ ଦିଲ୍ଲୀ ନିର୍ବାଚନ ପାଇଁ କମ୍ପୁଛି ମୈଦାନ । ଆର.କେ ପୂରମରେ ଶୋଭାଯାତ୍ରା କରିବା ସହ କେଜରିୱାଲ ସରକାର ଉପରେ ନରେନ୍ଦ୍ର ମୋଦି ବର୍ଷିଛନ୍ତି । ଆପ ସରକାରଙ୍କ ଦୁର୍ନୀତି କଥା କହି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି । ଏହା ସହ ଦିଲ୍ଲୀକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।
ପ୍ରକାଶ ଥାଉ କି, ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ବିଗୁଲ୍ ବାଜିବା ପରେ ଜୋର ଧରିଛି ନିର୍ବାଚନୀ ପ୍ରଚାର । ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ନନଷ୍ଟପ୍ ପ୍ରଚାର । ପଛରେ ପଡିନାହାଁନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ପୁଣି ଥରେ ଆମ୍ ଆଦମୀ ପାର୍ଟିର ସରକାର ଗଢିବା ପାଇଁ ଲାଗି ପଡିଛନ୍ତି ନେତା । ସାରା ଦିଲ୍ଲୀରେ ଡୋର ଟୁ ଡୋର ଚାଲିଛି ପ୍ରଚାର । ଆତିଶୀ, ମନୀଷ ସିସୋଦିଆ, ସଂଜୟ ସିଂହ ଓ କେଜରିୱାଲଙ୍କ ସହ ମାରାଥନ ପ୍ରଚାର କରିଛନ୍ତି ।
ସେପଟେ କଂଗ୍ରେସ ନେତୃତ୍ୱ ବି ଦିଲ୍ଲୀ ଆସନ ହାତେଇବା ପାଇଁ ଉଦ୍ଦେଶ୍ୟ ରଖିଛନ୍ତି । ସନ୍ଦୀପ ଦିକ୍ଷୀତଙ୍କ ନେତୃତ୍ୱରେ ଦିଲ୍ଲୀରେ ଚାଲିଛି କଂଗ୍ରେସର ପ୍ରଚାର । ତେବେ ଆପ, ବିଜେପି, କଂଗ୍ରେସ ତିନି ଦଳ ଦିଲ୍ଲୀ ରାଜନୀତିରେ ବାଜିମାତ୍ କରିବାକୁ ଏକ ଲକ୍ଷ୍ୟରେ ଲାଗିପଡିଛନ୍ତି ।