ଭାରତ: ମଧ୍ୟପ୍ରଦେଶର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ । ପ୍ରଧାନମନ୍ତ୍ରୀ ମୋଦି ଏଠାରେ କହିଛନ୍ତି ଅମୃତକାଳର ପ୍ରଥମ ବର୍ଷରେ ୨ଟି ସକରାତ୍ମକ ଖବର ସାମ୍ନାକୁ ଆସିଛି । ଦେଶର ସମୃଦ୍ଧି ବୃଦ୍ଧି ପାଉଥିବାବେଳେ ଗରିବଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ନୀତି ଆୟୋଗର ରିପୋର୍ଟ ଅନୁସାରେ କେବଳ ୫ବର୍ଷ ଭିତରେ ଭାରତରେ ୧୩.୫୦ କୋଟି ଭାରତୀୟ ଗରିବ ସୀମାରେଖାରୁ ଉପରକୁ ଉଠିଛନ୍ତି । କିଛି ଦିନ ପୂର୍ବରୁ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଏହି ବର୍ଷ ଫାଇଲ ହୋଇଥିବା ଇନକମ ଟ୍ୟାକ୍ସ ରିଟନ ର ସଂଖ୍ୟା ବି ଦ୍ୱିତୀୟ ମହତ୍ୱପୂର୍ଣ୍ଣ ସଙ୍କେତ ବହନ କରୁଛି । ଭାରତରେ କମ୍ ରୋଜଗର କରୁଥିବା ଲୋକଙ୍କ ସଂଖ୍ୟା ଠାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି ।