ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନ

0

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ । ଏନେଇ ସାଉଥ ଆଫ୍ରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।ତେବେ ଆସନ୍ତା ୨୪ ତାରିଖ ଗୁରୁବାର ଯାଏ ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା । ଆଉ ଏଥିରେ ସାମିଲ ହେବେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ସାଉଥ ଆଫ୍ରିକାର ନେତୃବୃନ୍ଦ । ସମ୍ମିଳନୀର ଶେଷ ଦିନରେ ଯୋଗଦେବା ପାଇଁ ଆଫ୍ରିକା, ଲାଟିନ , ଆମେରିକା, ଏସିଆର ୬୭ ଜଣ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି । ବୈଠକରେ ଋଷ ପ୍ରତିନିଧି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସମ୍ଭାବନା ଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବି ଆଲୋଚନା ହେବାର ସମ୍ଭାବନା ରହିଛି । ପ୍ରତିବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ପଦ ପରିବର୍ତ୍ତିତ ହେଉଥିବାବେଳେ ପରସ୍ପର ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟକ ସମ୍ପର୍କକୁ ମଜଭୁତ କରିବା ପାଇଁ ଗୁରୁତ୍ବ ଦିଆଯାଉଛି । ତେବେ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ କରିବା ସମ୍ମିଳନୀର ପ୍ରମୁଖ ବିଷୟ ହେବ ବୋଲି ଆଶ କରାଯାଉଛି ।