ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ରୋଡ୍‌ ସୋ’ରେ ଜନତା ମୈଦାନରେ ପହଞ୍ଚି ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ଜୁନ୍‌ ୨୦ ତାରିଖର ଏହି ଏକ ସ୍ୱତନ୍ତ୍ର ଦିନ । ଆଜି ଓଡ଼ିଶାର ବିଜେପି ସରକାର ସଫଳତା ପୂର୍ବକ ଏକ ବର୍ଷ ପୂର୍ତ୍ତି କରିଛି । ଏହା କେବଳ ସରକାରଙ୍କ ନୁହେଁ, ଏହା ସୁଶାସନର ଏକ ବର୍ଷ । ଏହା ଓଡ଼ିଶାର କୋଟିକୋଟି ମତଦାତାଙ୍କ ବିଶ୍ୱାସର ଏକ ନିଷ୍ଠାପର ପ୍ରୟାସ । ଏଥିପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଜନ ସେବା ଓ ଜନ ବିଶ୍ୱାସ କୁ ସମର୍ପିତ । କୋଟି କୋଟି ଭୋଟର ଙ୍କ ବିଶ୍ୱାସ ର ପ୍ରତିକ । ଓଡ଼ିଶା ର ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ କୁ ଶୁଭେଚ୍ଛା । ଓଡ଼ିଶା ଏକ ରାଜ୍ୟ ନାହିଁ ଏହା ଭାରତ ର ଦିବ୍ୟ ସୀତାରା। ବହୁ ବର୍ଷ ରୁ ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତି କୁ ସମୃଦ୍ଧ କରୁଛି ଜ୍ଝ ଭାରତ ର ପ୍ରଗତି ର ଆଧାର ହେଉଛି ଓଡ଼ିଶା। ଏକ ବର୍ଷ ରେ ଓଡ଼ିଶା ବିକାଶ ଓ ବିରାଶି ତ କରିଛି । ଓଡ଼ିଶାର ବିଜେପି ସରକାର ଏକ ବର୍ଷ ପୂରଣ କରୁଛି ଆଉ ସେପଟେ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି । ମହାପ୍ରଭୁ ଆମ ଆରାଧ୍ୟ । ସରକାର କୁ ଆସୁ ଆସୁ ଜଗନ୍ନାଥ ମନ୍ଦିର ର ଚାରି ଦ୍ୱାରା ଖୋଲିଲା । କୋଟି ଭକ୍ତ ଙ୍କ ମାନ ରଖିଛନ୍ତି ସରକାର । ରତ୍ନଭଣ୍ଡା ର ବି ଖୋଲିଲା ଜ୍ଝ କାନାଡ଼ା ଗସ୍ତ ରେ ଥିବା ବେଳେ US ମତେ ନିମନ୍ତ୍ରଣ କଲା କିନ୍ତୁ ମୁଁ କହିଲି ମୁଁ ମହାପ୍ରଭୁ ଙ୍କ ଜାଗା କୁ ଯାଉଛି । ଦେଶ ବିଜେପି ର ବିକାଶ ମଡେଲ ଦେଖୁଛି । ଓଡ଼ିଶା ଅନେକ ସମସ୍ୟା ଭୋଭୁଥିଲା । କୃଷକ ପାଖରେ ବିକାଶ ପଂହଁଚି ପାରୁନଥିଲା । ଭାଷ୍ଟ୍ରାଚାର ଥିଲା । ଆଜି ଯେଉଁ ଶିଳାନ୍ୟାସ ହୋଇଛି ତାହା ଡବଲ ଇଂଜିନ ଛାପ । ଲମ୍ବା ସମୟ ଧରି ଆୟୁଷ୍ମାନ ଯୋଜନା ଲାଗୁ ହେଉନଥିଲା ଏବେ ଲାଗୁହେଲା । ସୁରତ ରେ ରହୁଥିବା ଓଡ଼ିଶାର ଭାଇ ଭଉଣୀ ଲାଭ ପାଉଛନ୍ତି । ଦେଶରେ ନକ୍ସଲ ବାଦ ଶେଷ ହେବ ଏହା ମୋଦୀ ଗ୍ୟାରେଣ୍ଟି । ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଓଡ଼ିଶାର ଝିଅ । ଓଡ଼ିଶା ବିଜେପି ସରକାର ଏକ ବର୍ଷ ଆଉ ପାଞ୍ଚ ବର୍ଷ ରେ ସୀମିତ ନାହିଁ ୨୦୩୬ ରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ ସେଥିପାଇଁ ଯୋଜନା ହେଉଛି ।