୯୦ ଟଙ୍କିଆ ରୂପା କଏନ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

0

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ ଏକ ରୂପା କଏନ କରିଛନ୍ତି ଉନ୍ମୋଚନ । ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ରୂପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନ ର ଓଜନ ୪୦ ଗ୍ରାମର ବୋଲି କୁହାଯାଉଛି । ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ସୂମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କଏନ ଉନ୍ମୋଚନ କରିଛି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଆର୍ଥିକ ପ୍ରଗତିରେ ଅରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୪ରେ ସାରା ଦେସରେ ବ୍ୟଙ୍କି ବ୍ୟବସ୍ଥା ଅତି ଦୁର୍ବଳ ଥିଲା । ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କି ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା । ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ନୂଆ ସଂସଦ ଭବନ ଉଦଘାଟନ ସମୟରେ ୭୫ ଟଙ୍କିଆ କଏନ ଜାରି କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ୧୦୦ଟଙ୍କିଆ କଏନ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଏହି କଏନ କୁ ସାଧାରଣରେ ବ୍ୟବହାର କରିପାରିବେ ନାହିଁ ।