ନୂଆ ଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଲିଥବବା ୧୫ ତମ ବ୍ରିକ୍ସ ସମ୍ମିଳନୀ ରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ଆଗରେ ପାଞ୍ଚଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୁପ୍ ଫଟୋ ପାଇଁ ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ସେ ତ୍ରିରଙ୍ଗା ପତାକା ତଳେ ପଡ଼ିଥିବାର ଦେଖିଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ ପତାକା ଉଠାଇ ନିଜ ପକେଟରେ ରଖିଥିଲେ। ଏହି ଭିଡିଓ ଏବେ ବେସ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ, ସମ୍ମିଳନୀର ପ୍ରଥମ ଅଧିବେଶନରେ ବିଭିନ୍ନ ଦେଶର ନେତାମାନଙ୍କୁ ଗ୍ରୁପ ଫଟୋ ପାଇଁ ମଞ୍ଚକୁ ଆସିବାର ଥିଲା। କିଏ କେଉଁଠି ଛିଡା ହେଲେ ସେଥିପାଇଁ ସେହି ଦେଶର ଜାତୀୟ ପତାକା ରଖାଯାଇ ମାର୍କ କରାଯାଇଥିଲା। ମଞ୍ଚ ଉପରକୁ ଯିବା ପରେ ଜାତୀୟ ପତାକାକୁ ତଳେ ପଡ଼ିଥିବା ଦେଖି ମୋଦୀଜୀ ଏହାକୁ ତୁରନ୍ତ ଉଠାଇ ନିଜ ପକେଟରେ ରଖିଥିଲେ।