ଭୁବନେଶ୍ୱର: ଜାନୁୟାରୀରେ ୨ ଥର ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ ଦିବସରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଜାନୁୟାରୀ ୮,୯ଓ ୧୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟ୍କ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେହିଭଳି ଜାନୁୟାରୀ ୨୭ ଓ ୨୮ ତାରିଖ , ‘ ଉତ୍କର୍ଷ ଓଡିଶା’ କନକ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ । ସେଥିରେ ମଧ୍ୟ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ।