୧୦ରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଭୁବନେଶ୍ୱର: ପ୍ରଥମେ ଗଞ୍ଜାମ , ପରେ ନବରଙ୍ଗପୁର ଆଉ ଏବେ ଭୁବନେଶ୍ୱରରେ ହୋବ ମୋଦିଙ୍କ ରୋଡ ସୋ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’ । ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ବାଣୀବିହାର ଛକ ପର୍ୟ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ରୋଡ ସୋ’ରେ ସାମିଲ ହେବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ।
ସୂଚନା ଅନୁଯାୟୀ, ଆସନ୍ତା ୧୦ ଓ ୧୧ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ଏକ ରୋଡ ସୋ ରେ ଭାଗ ଦେବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ମଇ ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭା କରିଥିଲେ ମୋଦୀ । ଅନ୍ୟପଟେ ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ବିଜେପି ଶିବିର ବେଶ ଉତ୍ସାହିତ ରହିଛି ।