ଭୁବନେଶ୍ୱର: ଆଜିର ଭାରତ ବିକାଶ ଏବଂ ବିରାସତର ମନ୍ତ୍ର ନେଇ ଆଗକୁ ବଢୁଛି | 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା | ସେମାନେ ବିଦେଶରେ ରହି ଅନେକ ସହଯୋଗ କରିଥିଲେ | 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି | ପ୍ରବାସୀ ମାନେ ଅନ୍ୟ ଦେଶ ସହ ଭାରତରେ ମଧ୍ୟ ନିବେଶ କରୁଛନ୍ତି | ଆପଣଙ୍କ ପ୍ରତିଟି ପ୍ରୟାସ ଭାରତକୁ ବିକଶିତ ଦେଶ ଆଡ଼କୁ ନେଇଯିବ | ଐତିହ୍ୟ ପର୍ଯ୍ୟଟନର ଗୋଟିଏ ଭଲ ସେକ୍ଟର | ଆପଣ ମଧ୍ୟ ନିଜ ପିଲା ମାନଙ୍କୁ ଭାରତର ଗାଁ ଗୁଡ଼ିକୁ ନିଅନ୍ତୁ | ସେମାନେ ତାଙ୍କର ଅଭିଜ୍ଞତା ଭାରତୀୟ ପିଲାଙ୍କ ସହ ବାଣ୍ଟନ୍ତୁ |
ଭାରତର ପ୍ରକୃତ ଇତିହାସକୁ ବିଦେଶରେ ପହଞ୍ଚାଇବା ପାଇଁ ପ୍ରବାସୀ ମାନଙ୍କୁ ଉଦ୍ୟମ କରିବାକୁ ପଡ଼ିବ | ଭାରତ ଆଜି ବିଶ୍ଵ ବନ୍ଧୁ ଭାବେ ଜଣା ଯାଏ | ଏହାକୁ ଆହୁରି ଆଦୃତ କରିବା ପାଇଁ ଆହୁରି ପ୍ରୟାସ କରିବାର ଆବଶ୍ୟକ ଅଛି…
ନିଜ ନିଜ ଦେଶରେ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିବାକୁ ଆହ୍ଵାନ କଲେ ମୋଦି | ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ ଡାକି ସେମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ଦିଅନ୍ତୁ | ଏହା ଦ୍ବାରା ସେ ଦେଶର ଲୋକଙ୍କ ସହ ଆପଣ ମାନଙ୍କର ସମ୍ପର୍କ ବଢିବ |
ବିକଶିତ ଭାରତର ନିର୍ମାଣରେ ଆପଣ ମାନଙ୍କ ବଡ଼ ଅବଦାନ ଚଳୁଛି ଦେଶ | ମାଆ ପାଇଁ ଗଛ ଟିଏ ଅଭିଯାନ କରିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ କଲେ ମୋଦି|