ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ଅସୁସ୍ଥ । ୧୦୦ ବର୍ଷୀୟ ମାଆ ହୀରାବେନ୍ ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ତାଙ୍କୁ ଆଡମିଟ୍ କରାଯାଇଛି । ଗତ ଜୁନ ମାସରେ ୧୦୦ରେ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରା ବେନ। ତେବେ ଗତକାଲି ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଦୁର୍ଘଟଣାର ଶୀକାର ହୋଇଥିଲେ ।
ସୂଚନା ଥାଉକି ପ୍ରଧାମନ୍ତ୍ରୀ ମୋଦୀ ଗୁଜରାଟ ନିର୍ବାଚନ ବେଳେ ମତଦାନ କରିବାକୁ ଯାଇଥିଲେ । ଏହି କ୍ରମରେ ସେ ଡିସେମ୍ବର ୪ ତାରିଖରେ ଗାନ୍ଧୀନଗର ଠାରେ ନିଜ ମା ହୀରାବେନଙ୍କୁ ଭେଟିଥିଲେ । ଏହି ସମୟରେ ସେ ମା ହୀରାବେନଙ୍କ ପାଦଛୁଇଁ ଆର୍ଶିବାଦ ନେଇଥିଲେ ।