ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ

0

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ସ୍ୱାଗତ କରିଛନ୍ତି । ଫ୍ରାନ୍ସର ଜାତୀୟ ଦିବସ ଅର୍ଥାତ୍ ବାଷ୍ଟିଲ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ପ୍ରଥମେ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କୁ ଭେଟଇବା ସହ ସିନେଟର ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟିବା ସହିତ, ଏଲିସିୟନ ପ୍ୟାଲେସରେ ରାତ୍ରିଭୋଜନରେ ଯୋଗ ଦେବାର କାର୍ଯ୍ୟରହିଛି । ।ମୋଦୀଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ସେ ବାଷ୍ଟିଲ୍ ଡେ ପାରେଡରେ ଭାଗନେବେ । ଯେଉଁଥିରେ ସ୍ୱତନ୍ତ୍ର ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ବାଷ୍ଟିଲ ଡେ ପରେଡରେ, ପିଏମ୍ ମୋଦୀ ଏକମାତ୍ର ଗଣମାନ୍ୟ ବ୍ୟକ୍ତି ଭାବେ ଯୋଗଦେବେ । ସୂଚନା ମୁତାବକ, ଏହି ଯାତ୍ରା ଏପରି ସମୟରେ ହେଉଛି ଯେତେବେଳେ ଭାରତ-ଫ୍ରାନ୍ସ ଦ୍ୱି-ପାକ୍ଷିକ ସମ୍ପର୍କକୁ ୨୫ ବର୍ଷ ପୂରିବାକୁ ଯାଉଛି । ଏହି ଗସ୍ତ ସମୟରେ ଭାରତର ପ୍ରତିରକ୍ଷାକୁ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଅନେକ ଚୁକ୍ତି ସ୍ୱାକ୍ଷର ହେଇପାରେ ବୋଲି କୁହାଯାଉଛି ।