ୱାୟନାଡ ଭୂସ୍ଖଳନ ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

0

ୱାଇନାଡ ଭୂସ୍ଖଳନ ସ୍ଥିତିର ଯାଞ୍ଚ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ୱାଇନାଡରେ ପହଞ୍ଚିଛନ୍ତି । ଶନିବାର ଦିନ ୧୧ଟା ୨୦ରେ କନ୍ନୁର ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସ୍ୱାଗତ କରିଥିଲେ । ସେଠାରୁ ମୋଦି ସିଧା ଯାଇଥିଲେ ୱାଇନାଡ । ସେଠାରେ ପହଞ୍ଚି ଦିନ ପ୍ରାୟ ୧୨ଟା ୧୫ରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉଦ୍ଧାର କାର୍ଯ୍ୟର ମଧ୍ୟ କରିଛନ୍ତି ସମୀକ୍ଷା । ଏହା ପରେ ମୋଦି ହସ୍ପିଟାଲରେ ଥିବା ଭୂସ୍ଖଳନ ପ୍ରପୀଡିତଙ୍କୁ ମଧ୍ୟ ଭେଟି ସେମାନଙ୍କ ଭଲ ମନ୍ଦ ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦିଙ୍କ ଏହି ନେଇ ୱାଇନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ, ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ମୋଦି ସେଠାକାର ଦୃଶ୍ୟ ନିଜ ଆଖିରେ ଦେଖିବା ପରେ ନିଶ୍ଚିତ ଏହି ଭୂସ୍ଖଳନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବେ ବୋଲି ଆଶା କରୁଛନ୍ତି ରାହୁଲ । ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଶୁକ୍ରବାର ରାତିରେ ରାହୁଲ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରିଥିଲେ କି, ଭୟଙ୍କର ବିପର୍ଯ୍ୟୟର ବ୍ୟକ୍ତିଗତ ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଏହା ଏକ ଉଚିତ ନିର୍ଣ୍ଣୟ ।
ଜୁଲାଇ ୩୦ରେ ୱାଇନାଡରେ ହୋଇଥିବା ଭୁସ୍ଖଳନରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଲୋକଙ୍କ ଏପର୍ଯ୍ୟନ୍ତ ପତ୍ତା ମୁଳୁନାହିଁ ।