ଆସନ୍ତା ସପ୍ତାହରେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍ଗା ଗସ୍ତ ଯିବେ ପ୍ରଧାନମନ୍ତ୍ରୀ

0

ନୂଆ ଦିଲ୍ଲୀ: ଆସନ୍ତା ସପ୍ତାହରେ ବିଦେଶ ଗସ୍ତ  କରିବେ ପ୍ରଧନମନ୍ତ୍ରୀ । ଏପ୍ରିଏ ମାସ ପ୍ରଥମ ସପ୍ତାହରେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍ଗା ଗସ୍ତ କରିବାର ସୂଚନା ରହିଛି । ତେବେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ଅସନ୍ତା ଏପ୍ରିଲ ୩ରୁ୪ ଯାଏଁ ବ୍ୟାଙ୍କକ ଗସ୍ତ କରିବେ  । ତା ପରେ ଆସନ୍ତା ୪ରୁ୬ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତ କରିବେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 4 ଏପ୍ରିଲ 2025ରେ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଏବଂ ଏକ ସରକାରୀ ଗସ୍ତ ପାଇଁ 3-4 ଏପ୍ରିଲ 2025 ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ ଗସ୍ତ କରିବେ, ଯାହା ବର୍ତ୍ତମାନର ବିମଷ୍ଟେକ ଅଧ୍ୟକ୍ଷ ଥାଇଲ୍ୟାଣ୍ଡ ଦ୍ୱାରା ଆୟୋଜିତ ହେବ,” ବୋଲି ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ବିବୃତ୍ତି ମାଧ୍ୟମରେ କହିଛି।

ସୂଚନା  ଅନୁଯାୟୀ, ୨୦୧୮ ମସିହାରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଥାଇଲ୍ୟାଣ୍ଡ ଗସ୍ତ ଏବଂ ବିମଷ୍ଟେକ ନେତାଙ୍କ ମଧ୍ୟରେ ପ୍ରଥମ ଭୌଗୋଳିକ ବୈଠକ ହେବ।

ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକାଙ୍କ ନିମନ୍ତ୍ରଣ କ୍ରମେ ମୋଦି ୪ ରୁ ୬ ଯାଏଁ ଶ୍ରୀଲଙ୍କା ଗସ୍ତ କରିବେ। ୨୦୨୫, ୨୦୧୭ ଏବଂ ୨୦୧୯ ପରେ ଏହା ମୋଦିଙ୍କ ଚତୁର୍ଥ ଶ୍ରୀଲଙ୍କା ଗସ୍ତ। ପିଏମ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି।  ମତ୍ସ୍ୟଜୀବୀଙ୍କ ଗିରଫଦାରିକୁ ନେଇ ଏବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମାହୋଲ ସରଗରମ ରହିଛି। ଶ୍ରୀଲଙ୍କା ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ ମାଛ ଧରିବା ବେଳେ ସମୁଦ୍ର ସୀମା ପାର୍ କରିଥିବା ୫୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗରେ ସ୍ଥାୟୀ ସମାଧାନ ବାହାର କରିବାକୁ ପତ୍ର ଲେଖି ଜଣାଇଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ମହତ୍ତ୍ଵପୂର୍ଣ୍ଣ ରହିଛି।