ଭୁବନେଶ୍ୱର: ଆସନ୍ତା କାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । SPG ସହ ଆଲୋଚନା କରାଯାଇଛି ବିମାନବନ୍ଦର ରେ । CISF ଆଉ ପୋଲିସ ମୁତୟନ ହେବେ । ରାଜଭବନ ରେ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ନୋ ଦ୍ରୋନ ଫ୍ଲାଇଂ ଜୋନ କରାଯିବ ।ତେବେ ଆଜି ସନ୍ଧ୍ୟା ରେ କାରକେଟ ରିହଲସଲ କରାଯିବା ସହ ସୁରକ୍ଷା ପାଇଁ 3 ଜଣ ଡିସିପି, 10 ACP , 17 IIC , 90 SI/ASI I 20 ପ୍ଲାଟୁନ ଫୋର୍ସ ମୁତୟନ କରାଯି। ଟ୍ରାଫିକ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତା କୁ ବାରିକେଡ଼ କରାଯିବ। କିନ୍ତୁ ଭୁବନେଶ୍ୱର ରେ କୌଣସି ରୋଡ଼ ସୋ କିମ୍ବା କାର୍ଯ୍ୟକ୍ରମ ସୂଚନା ଆସିନି।