ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଦାସର୍ବଦା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରି ଆସିଛନ୍ତି । ୬ ମାସର ସରକାର ମଧ୍ୟରେ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି । ଯାହା ଦ୍ୱାରା ସାଢେ ୪ କୋଟି ଲୋକେ ଉପକୃତ ହୋଇପାରିଛନ୍ତି । ଜନତାଙ୍କୁ ଅତି ନିକଟରୁ ଭେଟୁଥିବା ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରୁଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ତୃଣମୂଳସ୍ତରରେ କଠୋର ପରିଶ୍ରମ କରି ଲୋକଙ୍କ ନିକଟବର୍ତ୍ତୀ ହୋଇପାରିଛନ୍ତି । ଏହା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
Greetings to the hardworking Chief Minister of Odisha, Shri Mohan Charan Manjhi on his birthday. A grassroots leader, he has been at the forefront of public service and empowering the poor. He is making noteworthy efforts for Odisha’s progress. Praying for his long and healthy…
— Narendra Modi (@narendramodi) January 6, 2025