ୟୁସିସି ଲାଗୁ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

0

ଭୁବନେଶ୍ୱର : ସ୍ୱାଧୀନତା ଦିବସରେ ୟୁସିସି ଅର୍ଥାତ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି । ୭୫ ବର୍ଷରୁ ଉର୍ଦ୍ଧ୍ବ ଧାର୍ମିକ ପାତରଅନ୍ତରରୁ ଦେଶକୁ ମୁକ୍ତ କରି ଏକକ ଆଇନ ଲାଗୁ କରିବା ପାଇଁ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଉଦବୋଧନ ଦେବାକୁ ଯାଇ ମୋଦି କହିଛନ୍ତି ଦେଶରେ ଏକକ ଆଇନ ଲାଗୁ କରିବାର ଆବଶ୍ୟକତା ରହିଛି । ଦେଶକୁ ଭାଗ ଭାଗ କରୁଥିବା ଆଇନର ଆଧୁନିକ ସମାଜରେ କୌଣସି ଆବଶ୍ୟକତା ନାହିଁ । ଏନେଇ ଏକ ବିରାଟ ଆଲୋଚନା ହେବାର ଆବଶ୍ୟକତା ନାହିଁ । ପୂର୍ବରୁ ୟୁସିସି ଲାଗୁ କରିବା ନେଇ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଦେଶରେ ଏକକ ଆଇନ ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ବୃଦ୍ଧି ହେଉଛି ।