ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବସ୍ ଉପରେ ୧ଲକ୍ଷ ୨୨ହଜାର ଟଙ୍କାର ଫାଇନ

0

ସୁନ୍ଦରଗଡ଼ : ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବସ୍ ନାଁରେ ଚାଲାଣ । ଏହି ବସ୍ ଉପରେ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ। ବସର ପରମିଟ, ଟ୍ୟାକ୍ସ, ଇନ୍ସୁରେନ୍ସ, ଫିଟନେସ ନଥିବାରୁ ଏହି ଚାଲାଣ କଟିଛି । ପରମିଟ ନଥିବାରୁ ୧୦ ହଜାର, ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କା, ଇନ୍ସୁରେନ୍ସ ପାଇଁ ୨ ହଜାର, ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର ଏହିଭଳି ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି।
ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାରୁ ଗାଡି ଗୁଡ଼ିକୁ ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି। ଗାଡିର ପରମିଟ, ଇନସୁରାନ୍ସ, ଟ୍ୟାକ୍ସ, ଲାଇସେନ୍ସର ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ଏହି ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି।
ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡ଼ା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଆଣିବା କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଦୁଇ ବର୍ଷିଆ ଲିଜ ସୁତ୍ରରେ ଏହି ଗାଡି ନିାଯାଇଥିଲା। ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି । ତଥାପି ଗାଡିର କୈଣସି କାଗଜ ପତ୍ର ଠିକ୍ ନଥିବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି ।